ଅଷ୍ଟମଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ: ଆଜି ବି ଇଡିରେ ହାଜର ହେଲେନି କେଜ୍ରିୱାଲ

ଓଏଲ୍ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡିରେ ହାଜର ହେବାର ଥିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ହାଜର ହେଲେନି। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ କରାଯାଇଥିଲା। ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ। ମାର୍ଚ୍ଚ ୧୨ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନର ଉତ୍ତର ରଖିବେ କେଜ୍ରିୱାଲ। ଭିସିରେ ପ୍ରବର୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନର ଉତ୍ତର ରଖିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।
ସୂଚନା ଅନୁସାରେ, ପୂର୍ବରୁ ଇଡି କରିଥିବା ନୋଟିସକୁ ବେଆଇନ ବୋଲି କହିଥିଲେ ଅରବିନ୍ଦ କେଜ୍ରିୱାଲ। ଏହି ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରବର୍ତନ ନିଦ୍ଦେର୍ଦଶାଳୟ ତୁରନ୍ତ ଏହି ନୋଟିସ୍ ପ୍ରତ୍ୟାହାର କରୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ। ଏପରିକି ବିଜେପି ନିର୍ଦ୍ଦେଶର ପ୍ରବର୍ତନ ନିର୍ଦ୍ଦେଶାଳୟ ଏହି ନୋଟିସ୍ କରିଥିବା ଅଭିଯୋଗ ଆଣିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ସୂଚନା ଅନୁସାରେ, ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା। ଦିଲ୍ଲୀ ଅବକାରୀ ଦୁନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା। ଆଜି ତାଙ୍କୁ ହଜାର ହେବାକୁ କୁହାଯାଇଛି। ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି।
ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା। ଚଳିତବର୍ଷ ଫେବୃଆରୀରେ ମନୀଷ ସିସୋଦିଆ ଗିରଫ ହୋଇଥିଲେ।