ଆଦିବାସୀଙ୍କ ସ୍ୱତନ୍ତ୍ରତାର ବାର୍ତ୍ତାବହ ସାଜିବ ‘ଆଦିବାସୀ ଭବନ’; ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଦିବାସୀଙ୍କ ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟ ସ୍ୱତନ୍ତ୍ରତା ବାର୍ତ୍ତାବହ ସାଜିବ ‘ଆଦିବାସୀ ଭବନ’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଗୋଠପାଟଣାରେ ୧୦୦ କୋଟି ଟଙ୍କା ବ୍ୟୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ଆଦିବାସୀ ମାନଙ୍କ କଳା ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ମାନଙ୍କ ପାଇଁ ବାଦ୍ୟଯନ୍ତ୍ର ଦେବାଠୁ ଆରମ୍ଭ କରି ଧର୍ମପିଠର ସୁରକ୍ଷା ଯାଏଁ ସବୁ ପ୍ରୟାସ ଜାରି ରଖିଛନ୍ତି। ତାର ଅଂଶବିଶେଷ ସ୍ୱରୂପ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଗୋଟିଏ ଆଦିବାସୀ ଭବନର ପରିକଳ୍ପନା କରାଯାଇ ଆଜି ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।