ଆଉ ଦିନକ ପରେ ମହାଶିବରାତ୍ରି; ଶ୍ରୀ ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ଓଏଲ୍ ବ୍ୟୁରୋ: ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି ମହାଶିବରାତ୍ରି। ରାଜ୍ୟର ବିଭିନ୍ନ ଶୈବ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦିନକ ପରେ ପ୍ରଭୁ ମହାଦେବଙ୍କ ପାଖରେ ଜାଗର ଯାତ୍ରା। ଯାହାକୁ ନେଇ ପ୍ରଭୁଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିବ। ତେବେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ କଣ୍ଟ୍ରୋଲ ରୁମ ଜରିଆରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ସହିତ ମନ୍ଦିର ଭିତର ଏବଂ ବାହାର ପାର୍କିଂ ସିସିଟିଭିରେ ରହିବ।
ଅନ୍ୟପକ୍ଷେ, ପୂର୍ବରୁ ଜାଗର ଯାତ୍ରା ପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟ୍ରାଫିକ ଓ ପାର୍କିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି।