ଘାଟିରୁ ଖସିଲା ଓଏସ୍ଆରଟିସି ବସ୍; ୧୫ରୁ ଅଧିକ ଯାତ୍ରୀ ଆହତ

ଓଏଲ୍ ବ୍ୟୁରୋ: ଫୁଲବାଣୀ ଚାରିଛକ ଘାଟିରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଡ୍ରାଇଭରଙ୍କ ଅସାବଧାନତାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି। ସମସ୍ତ ଆହତ ଚାରିଛକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।