Odisha Link
Bridging the Missing Links in Odisha

ତାତିରୁ ସାମାନ୍ୟ ତ୍ରାହି; ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଜାରି

ଓଏଲ୍‌ ବ୍ୟୁରୋ: ତାତିରୁ ସାମାନ୍ୟ ତ୍ରାହି ମିଳିଛି। ଡହଡହ ଖରାରୁ ହଠାତ ପାଗରେ ପରିବର୍ତନ ଆସିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି। ଆଜି ସକାଳୁ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ପରିଲକ୍ଷିତ ହୋଇଛି। ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ହାଲୁକା ବର୍ଷା ହୋଇଛି। ଯାହାଫଳରେ ତାପାମାତ୍ରା ଅଳ୍ପ କମିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାତିରେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଅଛି। ଆସନ୍ତା ୨ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରା ଅପେକ୍ଷାକୃତ କମ୍‌ ରହିବ ବୋଲି ସେ ପୂର୍ବାନୁୁମାନ କରିଛନ୍ତି। ଏତଦବ୍ୟତୀତ ଉପକୂଳ ଓଡ଼ିଶାର ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ତଥା ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳର କିଛି ଜିଲ୍ଲାରେ ମେଘୁଆ ଆକାଶ ସହ କୋହଲା ପାଗ ଦେଖିବାକୁ ମିଳିଛି।

Leave A Reply

Your email address will not be published.