Odisha Link
Bridging the Missing Links in Odisha

ରାଜନୀତି କଳି: ନିର୍ବାଚନ ପୂର୍ବରୁ ଭାଇଙ୍କ ସହ ସମ୍ପର୍କ ତୁଟାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜନୈତିକ କଳି ପାଇଁ ଦୂର ହୋଇଗଲା ରକ୍ତର ସମ୍ପର୍କ। ଏପରିକି ପରିବାରରେ ବି ଦେଖିବାକୁ ମିଳିଛି ଫାଟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସାନ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଠିକ୍‌ ନିର୍ବାଚନ ପୂର୍ବରୁ ମମତାଙ୍କ ଏଭଳି ନିଷ୍ପତ୍ତି ସବୁଠି ଚହଳ ପକାଇଛି।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ହାୱଡା ଲୋକସଭା ଆସନ ପାଇଁ ଟିଏମସି ପ୍ରସୂନ ବାନାର୍ଜୀଙ୍କୁ ଟିକେଟ ଦେଇଛି।ଏହାପରେ ବାବୁନ ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, “ପ୍ରାର୍ଥୀ ଚୟନକୁ ନେଇ ମୁଁ ଖୁସି ନୁହେଁ। ପ୍ରସୂନ ବାନାର୍ଜୀ ଉପଯୁକ୍ତ ପ୍ରାର୍ଥୀ ନୁହନ୍ତି। ଅନେକ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଇଛି। ମୋତେ ପ୍ରସୂନ କରିଥିବା ଅପମାନକୁ ମୁଁ କେବେ ହେଲେ ଭୁଲି ପାରିବି ନାହିଁ।”

ଅପରପକ୍ଷେ ମମତା ବାନାର୍ଜୀ କହିଛନ୍ତି ଯେ ମୋ ପରିବାର ଓ ମୁଁ ବାବୁନଙ୍କ ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛୁ। ପ୍ରତିଟି ନିର୍ବାଚନ ପୂର୍ବରୁ ସେ ସମସ୍ୟା ସୃଷ୍ଟି କରନ୍ତି। ମୁଁ ଲୋଭୀ ଲୋକଙ୍କୁ ପସନ୍ଦ କରେନାହିଁ। ବଂଶବାଦ ରାଜନୀତିରେ ମଧ୍ୟ ମୋର ବିଶ୍ୱାସ ନାହିଁ। ତାଙ୍କୁ ଅସ୍ୱୀକାର କରିବାକୁ ମୁଁ ନିଷ୍ପତ୍ତି ନେଇଛି। ତାଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।

ସୂଚନାଥାଉକି, ହାୱଡା ଆସନରୁ ପ୍ରସୂନ ୩ ଥର ବିଜୟୀ ହୋଇ ଲୋକସଭାକୁ ଯାଇଛନ୍ତି। ବାମପନ୍ଥୀ ଦଳର ଅମ୍ବିକା ବାନାର୍ଜୀଙ୍କ ପରେ ୨୦୦୯ରୁ ଟିଏମସି ଏଠାରେ ଜିତି ଆସୁଛି।

Leave A Reply

Your email address will not be published.