Odisha Link
Bridging the Missing Links in Odisha

୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଏଥର ବି ଓଡ଼ିଶା ନାହିଁ

ଓଏଲ୍‌ ବ୍ୟୁରୋ: ଅଗାମାୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ଆଜି ୨ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ହେଲେ ପ୍ରଥମ ଥର ଭଳି ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ନ କରିବା ଏବେ ସବୁଠି ଚର୍ଚ୍ଚାରେ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରରୁ ନୀତିନ ଗଡକରୀ ଏବଂ କର୍ନାଲରୁ ମନୋହର ଲାଲ ଖଟ୍ଟର। ସେହିପରି ଦିଲ୍ଲୀର ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହର୍ଷ ମାଲହୋତ୍ରାଙ୍କୁ ପୂର୍ବ ଦିଲ୍ଲୀରୁ ଏବଂ ଯୋଗେନ୍ଦ୍ର ଚାନ୍ଦୋଲିଆଙ୍କୁ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଟିକେଟ୍ ଦିଆଯାଇଛି। ସେହିପରି କଳାବେନ ଡେଲକରଙ୍କୁ ଦାଦ୍ରା ନଗର ହାବେଲିରୁ ଟିକେଟ ମିଳିଛି।

ପୀୟୁଷ ଗୋୟଲଙ୍କୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିଛି ବିଜେପି। ଦ୍ବିତୀୟ ଲିଷ୍ଟରେ ୧୦ଜଣ ମହିଳାଙ୍କୁ ଟିକେଟ୍‌ ଦେଇଛି ବିଜେପି। ସେହିପରି ୫ଜଣଙ୍କୁ ଏସ୍‌ସି ଓ ୭ ଜଣଙ୍କୁ ଏସ୍‌ଟି ଟିକେଟ୍‌ ଦେଇଛି ବିଜେପି । ସୂଚନାଥାଉକି, ଗତ ମାର୍ଚ୍ଚ ୨ ତାରିଖରେ ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ହେଲେ ଓଡ଼ିଶା ସ୍ଥାନ ପାଇନଥିଲା ତାଲିକାରେ।

Leave A Reply

Your email address will not be published.