Odisha Link
Bridging the Missing Links in Odisha

ଇଡିରେ ହାଜର ହେଲେ ସିସୋର ମୁଖିଆ; କହିଲେ-ମୁଁ ଠକେଇ କରିନି

ଓଏଲ୍‌ ବ୍ୟୁରୋ: ଇଡିରେ ହାଜର ହେଲେ ସିସୋର ମୁଖିଆ। ଚର୍ଚିତ ସିସୋର ମୁଖିଆ ପ୍ରଶାନ୍ତ ଦାଶଙ୍କୁ ଇଡି ପକ୍ଷରୁ ଜେରା ଆରମ୍ଭ ହୋଇଛି। ଏହା ପରେ ସିସୋର ମୁଖିଆ କହିଛନ୍ତି, ମୁଁ ଠକ ନୁହେଁ କି ଠକେଇ କରିନି। ଯାହା ସବୁ ଚର୍ଚ୍ଚା ହେଉଥିଲା ତାହା ସବୁ ଭୁଲ ବୋଲି ପ୍ରଶାନ୍ତ ଦାଶ କହିଛନ୍ତି। ସିସୋର ଠିକ ଜାଗାରେ ଟଙ୍କା ବିନିଯୋଗ କରିଛି। ଏହା ସହ ସେ ଇଡିକୁ ଏହି ମାମଲାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, ୨୦୧୪ରେ ସିସୋର ସହ ଏକ ଜମି ଡିଲ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ଜେରା କରିଥିଲା ସିବିଆଇ। ୨୯ ଲକ୍ଷ ୨୫ହଜାର ଟଙ୍କାରେ ୨୦୧୧ରେ ଏହି ଜମି କିଣିବା ପାଇଁ ଡିଲ ହୋଇଥିଲା। କିନ୍ତୁ କିଛି ମାସ ପରେ ଜମି ଡିଲରୁ ଓହରି ଯାଇଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ। କିନ୍ତୁ ପ୍ରଭାତ ଓ ତାଙ୍କ ପତ୍ନୀ ସିସୋରକୁ ଆଉ ଟଙ୍କା ଫେରସ୍ତ କରି ନଥିବା ସିବିଆଇରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.