Odisha Link
Bridging the Missing Links in Odisha

୨୦୨୪ ନିର୍ବାଚନ: ଓଡ଼ିଶାବାସୀଙ୍କ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି, ଜିତିଲେ କରିବ ଏହି ସବୁ କାମ

ଓଏଲ୍‌ ବ୍ୟୁରୋ: ବହୁ ଦିନର ପ୍ରତୀକ୍ଷାର ହେବ ଅନ୍ତ। ଶନିବାର ଅପରାହ୍ନ ୩ଟାରେ ଘୋଷଣା ହେବ ନିର୍ବାଚନ ତାରିଖ। ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଦେଶ ଓଡ଼ିଶାବାସୀଙ୍କୁ ଦେଇଛି ୯ ଗ୍ୟାରେଣ୍ଟି। ନିର୍ବାଚନ ଇସ୍ତାହାରରେ କଂଗ୍ରେସ ଓଡ଼ିଶାବାସୀଙ୍କୁ ତେଲେଙ୍ଗାନା ଫର୍ମୁଲାରେ ଗ୍ୟାରେଣ୍ଟି ଦେଇଛି। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ବି ଏହାକୁ ଚେକ୍ ଦେବାକୁ ଚେଷ୍ଟା କରି ‘କଂଗ୍ରେସ ଗ୍ୟାରେଣ୍ଟି’ କହି ୯ଟି ଗ୍ୟାରେଣ୍ଟି ଘୋଷଣା କରିଛି। ଫୋକସରେ ରହିଛି ମହିଳା, କୃଷକ, ଯୁବକ ଯୁବତୀ, ସ୍ବଂୟ ସହାୟକ ଗୋଷ୍ଠୀ।

ସବୁବର୍ଗକୁ ଲକ୍ଷ୍ୟ କରି ଏହି ୯ଟି ଗ୍ୟାରେଣ୍ଟି ଆଣିଛି ରାଜ୍ୟ କଂଗ୍ରେସ ।କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ କଂଗ୍ରେସର ୯ଟି ଗ୍ୟାରେଣ୍ଟି କ’ଣ ରହିଛି ଜାଣନ୍ତୁ।

  1. ବୋନସ୍ ସହ ଧାନ ଏମଏସପି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା
  2. ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ
  3. ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା
  4. ଏସଏଚଜିକୁ ବ୍ୟାଙ୍କ ଋଣ ଛାଡ, ଚିଟଫଣ୍ଡ ଅର୍ଥ ଫେରସ୍ତ
  5. ଗୃହଲକ୍ଷ୍ମୀ ଯୋଜନାରେ ଘରର ମହିଳା ମୁଖ୍ୟଙ୍କୁ ୨୦୦୦ ଟଙ୍କା ଭତ୍ତା
  6. ପ୍ରତି ପରିବାରକୁ ମାସିକ ୫୦୦ ଟଙ୍କାରେ ସିଲିଣ୍ଡର
  7. ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
  8. ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା
  9. କ୍ଷମତାକୁ ଆସିଲେ ୧୦୦ ଦିନ ଭିତରେ ରାଜ୍ୟରେ ଜାତିଭିତ୍ତିକ-ସାମାଜିକ,ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ ଓ ୨୫୦ ଗ୍ରାମ ହଳଦୀ ଦିଆଯିବ
Leave A Reply

Your email address will not be published.