ସାଧାରଣ ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଆଶ୍ୱସ୍ତି; କୋର୍ଟରୁ ମିଳିଲା ଜାମିନ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଛି। କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା ଲାଗିବା ପେରେ ଆଜି କୋର୍ଟରେ ହାଜର ହୋଇଥିଲେ। ଏହାପରେ ତାଙ୍କୁ ଆଶ୍ୱସ୍ତି ମଧ୍ୟ ମିଳିଛି।
ସୂଚନା ଅନୁସାରେ, ପୂର୍ବରୁ ଇଡି କରିଥିବା ନୋଟିସକୁ ବେଆଇନ ବୋଲି କହିଥିଲେ ଅରବିନ୍ଦ କେଜ୍ରିୱାଲ। ଏହି ନୋଟିସ୍ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରବର୍ତନ ନିଦ୍ଦେର୍ଦଶାଳୟ ତୁରନ୍ତ ଏହି ନୋଟିସ୍ ପ୍ରତ୍ୟାହାର କରୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ। ଏପରିକି ବିଜେପି ନିର୍ଦ୍ଦେଶର ପ୍ରବର୍ତନ ନିର୍ଦ୍ଦେଶାଳୟ ଏହି ନୋଟିସ୍ କରିଥିବା ଅଭିଯୋଗ ଆଣିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା। ଚଳିତବର୍ଷ ଫେବୃଆରୀରେ ମନୀଷ ସିସୋଦିଆ ଗିରଫ ହୋଇଥିଲେ।