ଜୀବନ ନେଲା ବଜ୍ରାଘାତ; ଆଖିବୁଜିଲେ ଯୁବକ

ଓଏଲ୍ ବ୍ୟୁରୋ: ଜଳେଶ୍ୱରରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବଜ୍ରାଘାତରେ ଚାଳ ଘର ସହ ଜଣେ ଯୁବକ ଜାଳି ଯାଇଛନ୍ତି। ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ବଜ୍ରାଘାତ ହୋଇଥିବାବେଳେ ଯୁବକ ଜଣଙ୍କ ଜୀବନ ଚାଲିଯାଇଛି। ମୃତ ଯୁବକ ନିକଟ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ହଠାତ ବଜ୍ରାଘାତ ହେବାରୁ ନିଆଁ ଲାଗି ଯୁବକ ଜଣଙ୍କ ପ୍ରାଣ ଚାଲିଯାଇଛି।