Odisha Link
Bridging the Missing Links in Odisha

ନିର୍ବାଚନୀ କସରତ; ଉମରକୋଟରେ ପହଞ୍ଚିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା। ଗଣତନ୍ତ୍ରର ମହାପର୍ବ ପାଇଁ ଘୋଷଣା ହେଲା ତାରିଖ। ୨୦୨୪ ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ସାରା ଦେଶରେ ଚଳିତଥର ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ ଦେଶରେ ଗଣତନ୍ତ୍ରର ପର୍ବ ଚାଲିବ। ଆଉ ଜୁନ୍‌ ୪ ତାରିଖରେ ଗଣତି ହେବା ସହିତ ଫଳାଫଳ ଘୋଷଣା ହେବ। ଏହାରି ମଧ୍ୟରେ ଓଡ଼ିଶାରେ ସମସ୍ତଙ୍କ ନଜରରେ ରହିଛି।ଉମରକୋଟରେ ପହଞ୍ଚିଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା। ବିଜେପି କର୍ମୀଙ୍କ ସହ ଆଲୋଚନା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

Leave A Reply

Your email address will not be published.