Odisha Link
Bridging the Missing Links in Odisha

ଲୋକସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି; ଆଜିଠୁ ନାମାଙ୍କନ ଆରମ୍ଭ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ଏହାପରେ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ଯାହାରର ଶେଷ ତାରିଖ ରହିଛି। ୧୯ ଏପ୍ରିଲରେ ଭୋଟ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ।

ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ନିର୍ବାଚନ ହେବ। ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ଦିଲ୍ଲୀ, ଗୋଆ, ଗୁଜରାଟ, ହିମାଚଳ, ହରିଆଣା, କେରଳ, ଲାକ୍ଷାଦ୍ବୀପ, ଲଦାଖ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ପୁଡୁଚେରୀ, ସିକ୍ସିମ, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା ଓ ଉତ୍ତରାଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨୬ରେ ହେବ ଦ୍ବିତୀୟ ପର୍ଯ୍ୟାୟ, ମେ ୭ରେ ତୃତୀୟ, ମେ ୧୩ରେ ଚତୁର୍ଥ, ମେ ୨୦ରେ ପଞ୍ଚମ, ମେ ୨୫ରେ ଷଷ୍ଠ ଓ ଜୁନ ୧ ରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ଶେଷ ୪ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.