Odisha Link
Bridging the Missing Links in Odisha

ନବନିର୍ମିତ ରାମ ମନ୍ଦିରରୁ ଲୁଟ୍; ତଦନ୍ତ ଆରମ୍ଭ କଲା ପୁଲିସ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଗ୍ରାମ ନିକଟରେ ଥିବା ଗିରିଗୋବର୍ଦ୍ଦନ ପାହାଡ଼ ଶିଖରରେ ନବନିର୍ମିତ ଶ୍ରୀରାମ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି।

ଗତ ରାତିରେ ଦୁର୍ବୃତ୍ତମାନେ ନଗଦ ୮ ଲକ୍ଷ ଟଙ୍କା ସହିତ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଠାକୁରଙ୍କ ସୁନା ଗହଣା ଲୁଟିନେଇଥିବା ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏହି ଘଟଣାରେ ଫତେଗଡ଼ ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତକାଲି କାଳ ବୈଶାଖୀର ଲଗାଣ ତୁହାକୁ ତୁହା ବର୍ଷା ହେତୁ ରାତିରେ ମନ୍ଦିର ପୂଜକ ରାତ୍ରୀ ଆଳତି ପରେ ମନ୍ଦିର ପହଡ଼ ପକାଇ ଘରକୁ ଯାଇଥିଲେ। ବର୍ଷାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୃର୍ବୃତ୍ତମାନେ ମଦିର ତାଲା ଭାଙ୍ଗି ନଗଦ ୮ ଲକ୍ଷ ଟଙ୍କା ସହିତ ଭକ୍ତମାନେ ଠାକୁରଙ୍କୁ ଦାନ କରିଥିବା ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇଲା ପରେ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Leave A Reply

Your email address will not be published.