Odisha Link
Bridging the Missing Links in Odisha

ଭିସୁଟର କଟକଣା; ଛୋଟ ପୋଷାକ ପିନ୍ଧି କ୍ୟାମ୍ପସକୁ ଆସିପାରିବେନି ଛାତ୍ରଛାତ୍ରୀ

ଓଏଲ୍‌ ବ୍ୟୁରୋ: ବୁର୍ଲା ଭିସୁଟରେ କୁଳପତିଙ୍କ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ପୋଷାକ ପରିଧାନ କରି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା। ଛାତ୍ରଛାତ୍ରୀମାନେ ଆଗାମୀ ଟେକ୍ନୋ-କଲଚରାଲ ଫେଷ୍ଟିଭାଲ ୨୦୨୪ରେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ। ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ରହିଛି। ସାଂସ୍କୃତିକ କାର୍ଯକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି। ପାରମ୍ପରିକ ପୋଷାକ ପିନ୍ଧି ଆସିବା ପାଇଁ କୁଳପତି ନୋଟିସ ଜାରି କରିଛନ୍ତି।

ଯଦି ଛାତ୍ରଛାତ୍ରୀ ଏହି ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ଭିସୁଟ ମୁଖ୍ୟ ଫାଟକ ଭିତରକୁ ଛଡା ଯିବନାହିଁ। ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ନିୟମ ଅନୁପାଳନ ନ କଲେ ପ୍ରବେଶ ଅନୁମତି ମିଳିବନି ବୋଲି କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

Leave A Reply

Your email address will not be published.