Odisha Link
Bridging the Missing Links in Odisha

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ବଦଳିବେ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପି

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ନିର୍ବାଚନ କମିଶନ ଏକ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି ଓ କଟକ ଗ୍ରାମାଞ୍ଚଳ ଏସପି। ଏନେଇ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।

ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି। ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସପି। ଢେଙ୍କାନାଳର ଜିଲ୍ଲାପାଳ ଏବଂ ଓଡ଼ିଶାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳର ଏସପି ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ। ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସମେତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ଅଣକ୍ୟାଡର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ରାଜ୍ୟର ମୋଟ ୫ ଜିଲ୍ଲାପାଳ, ୮ ଜଣ ଏସପି ଏବଂ ଏସଏସପିଙ୍କୁ ବଦଳି କରିବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.