Odisha Link
Bridging the Missing Links in Odisha

ବିଶ୍ଵ କବିତା ଦିବସ, କବିତା ପାଇଁ କବି ସବୁବେଳେ ଅମର

ଓଏଲ୍‌ ବ୍ୟୁରୋ: ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ। ଏହି ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ। ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ କବିମାନଙ୍କୁ ସମ୍ମାନିତ କରିବା। ଏଥି ସହ କ୍ଷେତ୍ରୀୟ, ରାଷ୍ଟ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସ୍ତରରେ କବିତା ଆନ୍ଦୋଳନକୁ ମାନ୍ୟତା ଏବଂ ପ୍ରୋତ୍ସାହନ ଦେବା।

ମଣିଷ ମନର ସୃଜନଶୀଳତାକୁ ପରିପ୍ରକାଶ କରିବା ସହ ଭାଷା ଓ ସଂସ୍କୃତିର ସୁରକ୍ଷା ଦିଗରେ କବିତାର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଆ କାବ୍ୟ ଜଗତକୁ ରୁଦ୍ଧିମନ୍ତ କରିଥିବା ସମସ୍ତ କବିମାନଙ୍କୁ ହୃଦୟରୁ ସମ୍ମାନ ଜଣାଉଛି। ବିଶ୍ୱ କବିତା ଦିବସରେ ଆସନ୍ତୁ ଆମ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ସଂକଳ୍ପବଦ୍ଧ ହେବା। ଆଉ କବି ଲେଖାଙ୍କୁ ସମ୍ମାନ ଜଣାଇବା।