Odisha Link
Bridging the Missing Links in Odisha

ପାରାଦୀପ ଅଭିମୁଖେ ଦାମ ରାଉତଙ୍କ ପାର୍ଥିବ ଶରୀର; ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବର୍ଷିଆନ୍‌ ରାଜନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଶ୍ରୀ ରାଉତଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ପୁଅ ସମ୍ବିତ ରାଉତରାୟ। ଦାମୋଦର ରାଉତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଧାନସଭା ପରିସରରେ ସ୍ୱର୍ଗତଃ ଦାମୋଦର ରାଉତଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର। ବର୍ଷିଆନ୍‌ ରାଜନେତା ଦାମୋଦର ରାଉତଙ୍କ ଦେହାନ୍ତ ପରେ ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ। ପରିବାର ବର୍ଗଙ୍କ ସହ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଲେ ରାଷ୍ଟ୍ରପତି।

ଏହା ପରେ ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ହେବ।

Leave A Reply

Your email address will not be published.