Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୪: ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ବେଙ୍ଗାଲୁରୁ

ଓଏଲ୍‌ ବ୍ୟୁରୋ: ସାରା ଭାରତରେ ଗଣତନ୍ତ୍ରର ମହାପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର। ଆଜି ସନ୍ଧ୍ୟା ପରଠାରୁ ଲଗାତର ୨ ମାସ ପର୍ଯ୍ୟନ୍ତ ଷ୍ଟାଡିୟମରେ ହେବ ଛକା ଚଉକାର ବର୍ଷା। ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ। କରତାଳି ସାଙ୍ଗକୁ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ। ଇଣ୍ଡିଆନ ପ୍ରିମିୟର ଲିଗକୁ ଉପଭୋଗ କରିବାକୁ ଚାତକ ପରି ଚାହିଁ ରହିଛନ୍ତି ଦର୍ଶକ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ। ପ୍ରଥମ ମୁକାବିଲା ୫ଥରର ଟାଇଟଲ୍‌ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ।

ଚେନ୍ନାଇର ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଧୋନିଙ୍କ ପରିବର୍ତ୍ତେ ଚେନ୍ନାଇର ମଙ୍ଗ ଋତୁରାଜ ଗାଏକ୍ବାଡ ନେବେ। ସେହିପରି ଆରସିବିର ଅଧିନାୟକ ଅଛନ୍ତି ଫାଫ ଡୁପ୍ଲେସିସ। ୫ଥରର ଟାଇଟଲ ବିଜେତା ସିଏସ୍‌କେ ପ୍ରଥମ ଥର ପାଇଁ ଗାଏକ୍ବାଡଙ୍କ ନେତୃତ୍ବରେ ଆଇପିଏଲ ଖେଳିବାକୁ ଯାଉଛି। ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଆଶା ରଖିଛନ୍ତି।

ପିଚ୍‌ ରିପୋର୍ଟ:
ଷ୍ଟାଡିୟମ୍ ର ପିଚ୍ ରି‌ପୋର୍ଟ ଅନୁସାରେ ଏହା ସ୍ପିନରଙ୍କୁ ସୁହାଇବ। ଏହା ସହିତ ଧୀର ବୋଲରଙ୍କ ପାଇଁ ଏହି ପିଚ୍ ଉପଯୋଗୀ ହୋଇଥାଏ। ପିଚ୍ ରେ ବଲ୍ ଅଧିକ ଟର୍ନ କରିଥାଏ। ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ ରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି। ତେବେ ଗତ କିଛି ମ୍ୟାଚ୍ ରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁହାଉଛି।

ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି। ଗତ ୧୬ ତମ ଆଇପିଏଲ୍ ସିଜିନ୍ ରେ ଏହି ପିଚ୍ ରେ ପ୍ରଥମ ବ୍ୟାଟିଂରେ ହାରାହାରି ୧୭୦ ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା। ପିଚ୍ ରେ ରନ୍ ର ପିଛା କରିବା ସହଜ ହେଉଥିବା କୁହାଯାଉଛି।

Leave A Reply

Your email address will not be published.