Odisha Link
Bridging the Missing Links in Odisha

ଆଜିଠୁ +୨ ଖାତାଦେଖା ଆରମ୍ଭ; ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ। ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟାରୁ ୧ଟା ଯାଏଁ ପରୀକ୍ଷା ହେଉଥିବାବେଳେ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ କଡା ଚେକିଙ୍ଗ ସହ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପରୀକ୍ଷା ଶେଷ ହୋଇଥିବାବେଳେ ଆଜିଠୁ ଖାତାଦେଖା ଆରମ୍ଭ ହେବ। ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌‌ଲାଇନରେ ହେବ। ସମୁଦାୟ ୬୯ଟି ଜୋନ୍‌‌ରେ ଅଫ୍‌‌ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍‌‌ରେ ଅନ୍‌‌ଲାଇନ୍‌‌ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଦୁଇଟି ପର୍ଯ୍ୟାୟରେ ଖାତାଦେଖା ହେବ।

ସୂଚନା ଅନୁସାରେ, ପରୀକ୍ଷା ପାଇଁ ତ୍ରୀସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବର୍ଗରେ ରେଜଲ୍ଟ ଏକା ସାଙ୍ଗରେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫେବୃଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଗତ କାଲି ପରୀକ୍ଷା ଶେଷ ହୋଇଛି। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.