Odisha Link
Bridging the Missing Links in Odisha

ହୋଲି ଖେଳିଲେ ମହାପ୍ରଭୁ; ଦୋଳବେଦୀରେ ବିରାଜମାନ କଲେ ଶ୍ରୀବିଗ୍ରହ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଫଗୁ ଖେଳିଲେ ମହାପ୍ରଭୁ। ଦୋଳ ବିମାନରେ ବସି ଦୋଳ ବେଦୀରେ ପହଞ୍ଚି ଦୋଳଗୋବିନ୍ଦ ଫଗୁ ଖେଳିଛନ୍ତି। ବସନ୍ତ ମହୋତ୍ସବରେ ମହାପ୍ରଭୁ ବିମାନରେ ବସି ଶ୍ରୀମନ୍ଦିର ଚାରିପଟେ ବୁଲି ଦୋଳ ବେଦୀକୁ ବିରାଜମାନ କରିଛନ୍ତି ଦୋଳଗୋବିନ୍ଦ। ଭୂ-ଦେବୀ, ଶ୍ରୀଦେବୀଙ୍କ ସହ ଦୋଳ ବିମାନରେ ବସି ଫଗୁ ଖେଳର ମଜା ନେଇଛନ୍ତି ପ୍ରଭୁ ଦୋଳଗୋବିନ୍ଦ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ। ଚାପରେ ମଧୁସୂଦନ ଓ ରଥରେ ବାମନ ରୂପରେ ଦର୍ଶନ। ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ପାଇଁ ପ୍ରଶାସନର ବ୍ୟବସ୍ଥା କରାଯାଇଛି।

ଏହାସହ ଚତୁର୍ଦ୍ଦାମୂରତି ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସୁନା ବେଶରେ ସଜେଇ ହେବେ ଶ୍ରୀବିଗ୍ରହ। ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ଲାଗି ଭକ୍ତଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନ ସାଢେ ୪ଟାରୁ ରାତି ୮ଟା ଯାଏଁ ସାହାଣମେଳା ଦର୍ଶନ କରିବେ ଭକ୍ତ। ରାତି ସାଢେ ୧୦ଟାରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ।