ଲୋକସଭା ନିର୍ବାଚନ: ନାଗପୁରରୁ ଲଢ଼ିବେ ନୀତିନ

ଓଏଲ୍ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ୍। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଦେଶରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ସଂସଦୀୟ କ୍ଷେତ୍ରରେ ଗତ ୨୦ ତାରିଖରୁ ନୋମିନେସେନ ଆରମ୍ଭ ହୋଇଥିବାବେଳେ ଆଜି ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ ରହିଛି। କାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପରେ ୩୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସୁଯୋଗ ରହିଛି। ତେବେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନୀତିନ ଗଡକରୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାଗପୁର ନିର୍ବାଚନମଣ୍ଡଳୀରୁ ନୀତିନ ଗଡକରୀ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।