Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଓଏଲ୍‌ ବ୍ୟୁରୋ: ଲକ୍ଷ୍ମୀପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ୨ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଆଉ ଜଣେ ଗୁରୁତର ହୋଇଛନ୍ତି। ୩୨୬ନଂ ଏନଏଚ୍‌ କାକିରିଗୁମ୍ମା ଥାନା ପଞ୍ଚଡା ଗାଁ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଗୁରୁତର ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.