Odisha Link
Bridging the Missing Links in Odisha

ପାଗରେ ବଡ଼ ପରିବର୍ତ୍ତନ; ସକାଳୁ କଲବଲ କଲାଣି ତାତି

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି।

ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୩୨.୬ ଡିଗ୍ରି, ପାରାଦ୍ୱୀପରେ ୩୨ ଡିଗ୍ରି, ପୁରୀରେ ୩୨ ଡିଗ୍ରି, କେନ୍ଦୁଝରରେ ୩୨ ଡିଗ୍ରି, ବାଲେଶ୍ୱରରେ ୩୧.୮ ଡିଗ୍ରି, ଚାନ୍ଦବାଲିରେ ୩୧.୬ ଡିଗ୍ରି, ଝାରସୁଗୁଡାରେ ୩୦.୨ ଡିଗ୍ରି, ହୀରାକୁଦରେ ୩୦.୨ ଡିଗ୍ରି, ସମ୍ବଲପୁରରେ ୩୦ ଡିଗ୍ରି, ରାଉରକେଲାରେ ୩୦ ଡିଗ୍ରି ରେକର୍ଡ କରାଯାଇଛି।

ସେହିପରି ୧୫ ତାରିଖ ଅର୍ଥାତ ଆଜି ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ କରାଇଛି। ତେବେ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି। ସେହିଭଳି ୧୬ ତାରିଖ ପାଇଁ ୧୩ଟି ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଯାଇଛି।

Leave A Reply

Your email address will not be published.