Odisha Link
Bridging the Missing Links in Odisha

କଂଗ୍ରେସ ନେଲା ବଡ଼ କାର୍ଯ୍ୟାନୁଷ୍ଠାନ; ୬ ବର୍ଷ ପାଇଁ ଦଳରୁ ସୁର ବିଦା

ଓଏଲ୍‌ ବ୍ୟୁରୋ:୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। କଂଗ୍ରେସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬ ବର୍ଷ ପାଇଁ ଦଳରୁ ବିଦା ହେଲେ ଜଟଣୀ ବିଧାୟକ ସୁର ରାଉତରାୟ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହେଇଛନ୍ତି।

ଅନ୍ୟପଟେ, ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଥିବାବେଳେ କଂଗ୍ରେସର ବଡ ନିଷ୍ପତି ଓଡ଼ିଶା କଂଗ୍ରେସ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କା ବଢିଥିବା ରାଜନୈତିକ କ୍ଷେତ୍ରରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.