Odisha Link
Bridging the Missing Links in Odisha

ଯାଜପୁର ବସ୍‌ ଦୁର୍ଘଟଣା; ୫ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ଧରଣର ବସ୍‌ ଦୁର୍ଘଟଣା। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସଡିଏମଓ ସୂଚନା ଦେଇଛନ୍ତି।

ଅନ୍ୟପଟେ ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବସ୍‌ଟି ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ ହେଁ କେଉଁଭଳି ପରିସ୍ଥିତିରେ ଏପରି ଘଟଣା ଘଟିଲା ସେକଥା ଜଣାପଡ଼ିନାହିଁ। କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସି ପଡ଼ିଛି। କିନ୍ତୁ ପୁଲିସ୍‌ କିମ୍ବା ପ୍ରଶାସନ ପକ୍ଷରୁ ଏପରି ଦାବିକୁ ନିଶ୍ଚିତ କରାଯାଇ ନାହିଁ।

Leave A Reply

Your email address will not be published.