ପ୍ରକାଶ ପାଇଲା ଆଇଏଏସ୍ ପରୀକ୍ଷା ଫଳ; ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ର ଫଳାଫଳ। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଅନିମେଷ ପ୍ରଧାନ ଦ୍ୱିତୀୟ ଓ ଅନନ୍ୟା ରେଡ୍ଡୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୦୧୬ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଅନିମେଷ ପ୍ରଧାନ ଦ୍ୱିତୀୟ ରାଙ୍କ ହାସଲ କରି ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେହିଭଳି ୨୪ ରାଙ୍କରେ ପ୍ରଜ୍ଞାନନ୍ଦନ ଗିରି, ୫୨ ନମ୍ବର ରାଙ୍କର ଜୟଶ୍ରୀ ପ୍ରଧାନ, ୧୧୦ ରାଙ୍କରେ ଅମୃତାଂଶୁ ନାୟକ, ୧୪୯ ରାଙ୍କରେ କୃତୀ ତ୍ରିପାଠୀ, ୩୧୯ ରାଙ୍କରେ ରଶ୍ମୀ ପ୍ରଧାନ, ୩୪୩ ରାଙ୍କରେ ବିଶ୍ବଜିତ ପଣ୍ଡା, ୪୦୯ ରାଙ୍କରେ ସନ୍ତୋଷ ପାତ୍ର, ୪୬୬ ସୌରଭ ଦାସ, ୫୭୫ ରାକେଶ ସାହ, ୮୦୦ ସିଦ୍ଧାନ୍ତ ବେଶ୍ରା, ୧୦୦୧ ରାଙ୍କରେ ଅନୁପ ନାୟକ ରହିଛନ୍ତି।