Odisha Link
Bridging the Missing Links in Odisha

ବଡ଼ ଖବର: ଏଥର ବି ଦୁଇଟି ବିଧାନସଭା ଆସନରୁ ଲଢ଼ିବେ ନବୀନ, ବଦଳିଲେ ୨ଟି ଆସନର ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ଆସନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ ନିର୍ବାଚନ ଭଳି ଏଥର ମଧ୍ୟ ୨ଟି ଆସନରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଏଥର ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ଦୁଇଟି ଆସନରେ ପ୍ରାର୍ଥୀ ଅଦଳବଦଳ କରିଛି ଦଳ। ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ରେଢ଼ାଖୋଲ ଟିକେଟ୍‌ ଦେଇଥିବା ବେଳେ ରେଢ଼ାଖୋଲ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଟିକେଟ ଦେଇଛି ଦଳ। ସେହିପରି ଚିତ୍ରକୋଣ୍ଡାରୁ ଲକ୍ଷ୍ମିପ୍ରିୟ ନାୟକ, ପଦ୍ମପୁର ଆସନ ପାଇଁ ବର୍ଷା ସିଂ ବରିହାଙ୍କୁ ଟିକେଟ ଦେଇଛି ଦଳ।

ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତି ଦେବୀ ଗତକାଲି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ଦେବଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲୀପ ନାୟକ, ସାନଖେମୁଣ୍ଡି ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ଦଳ।

Leave A Reply

Your email address will not be published.