Odisha Link
Bridging the Missing Links in Odisha

ବିଜେଡିର ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ଜାଣନ୍ତୁ କାହାକୁ ମିଳିଲା ଟିକେଟ..

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି। ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ନବୀନ ପଟ୍ଟନାୟକ। ଚିତ୍ରକୋଣ୍ଡାରୁ ଲଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର କୁମାର ଛତ୍ରିଆ, ଦେବଗଡରୁ ଅରୁନ୍ଧତୀ କୁମାରୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂ, ନିମାପଡାରୁ ଦିଲ୍ଲୀପ କୁମାର ନାୟକ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡି ୫ମ ପର୍ଯ୍ୟାୟରେ ୯ ଜଣଙ୍କ ନାମ ଘୋଷଣା କରିଥିବାବେଳେ ୬ ଜଣ ମହିଳାଙ୍କୁ ବିଜୁ ଜନତା ଦଳ ଟିକେଟ ଦେଇଛି।

Leave A Reply

Your email address will not be published.