Odisha Link
Bridging the Missing Links in Odisha

ତାତିରୁ ମିଳୁନି ତ୍ରାହି; କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କଲବଲ କରୁଛି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ଆଗାମୀ ୫ଦିନ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି। ତାତିରୁ ତ୍ରାହି ମିଳୁନଥିବାଳେ କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡିପାରେ ଆଶଙ୍କା ରହିଛି।

ଅନ୍ୟପଟେ, ତାତିକୁ ନଜରରେ ରଖି ୧୬ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ , ଯାଜପୁର, କନ୍ଧମାଳ, ମାଲକାନଗିରି, କୋରାପୁଟ, ଅନୁଗୁଳକୁ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି।

ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ରେ ୩୪ ଡିଗ୍ରୀ ଟପିଲାଣି ତାତି। ସକାଳ ସାଢେ ୮ଟାରେ ଭବାନୀପାଟଣା ସର୍ବାଧିକ ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ତାଳଚେରରେ ୩୪.୪, ବାଲେଶ୍ୱରରେ ୩୪, ବାରିପଦାରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.