Odisha Link
Bridging the Missing Links in Odisha

ସର୍‌ପ୍ରାଇଜ୍‌ ଦେଲେ ବିଜେଡି ସୁପ୍ରିମୋ; ବଡ଼ଚଣାରୁ ଲଢ଼ିବେ ବର୍ଷା

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ହେଲେ ଅଟକିଛି ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ପୁଣି ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି। ଚିଲିକାରୁ ଲଢ଼ିବେ ରଘୁନାଥ ସାହୁ, କେନ୍ଦ୍ରାପଡାରୁ ଲଢ଼ିବେ ଗଣେଶ୍ୱର ବେହେରା। ସେହିଭଳି ବଡ଼ଚଣା ଆସନକୁ ନେଇ ସର୍‌ପ୍ରାଇଜ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ପ୍ରାର୍ଥିତ୍ବ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.