Odisha Link
Bridging the Missing Links in Odisha

ବ୍ୟାପୁଛି କାମଳ; ଛାତ୍ରାବାସରେ ୨୮ ସଂକ୍ରମିତ ଚିହ୍ନଟ!

ଓଏଲ୍‌ ବ୍ୟୁରୋ: କଟକ ପରେ କେନ୍ଦୁଝରରେ ଏବେ ଚିନ୍ତାର ବିଷୟ ପାଲଟିଛି କାମଳ। ଜାମୁନାଳିଆ ଯାନ୍ତ୍ରିକ ମହାବିଦ୍ୟାଳୟରେ ବ୍ୟାପୁଛି ଜଣ୍ଡିସ। ଛାତ୍ରାବାସରେ ୨୮ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ହଷ୍ଟେଲରେ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। ଚିକିତ୍ସା ଆରମ୍ଭ ସହ ୧୨ଜଣ ଛାତ୍ରଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଜାଣନ୍ତୁ କାମଳ ରୋଗ ବ୍ୟାପିବାର ଚିହ୍ନ ଓ ଲକ୍ଷଣ….

ଚର୍ମ, ମ୍ୟୁକସ ଝିଲ୍ଲୀ ଓ କଞ୍ଜଙ୍କଟାଇଭା ବା ଆଖିର ଧଳା ଦେଖାଯାଉଥିବା ଅଂଶ ହଳଦିଆ ରଙ୍ଗ‌ଯୁକ୍ତ ହେବା ଏହି ରୋଗର ମୂଖ୍ୟ ଲକ୍ଷଣ। ରକ୍ତରେ ବିଲିରୁବିନ ସ୍ତର ବଢ଼ିଲେ ସର୍ବପ୍ରଥମେ କଞ୍ଜଙ୍କଟାଇଭା ହଳଦିଆ ଦେଖାଯାଏ। ଆଖିର ଧଳା ଅଂଶ ହଳଦିଆ ଦେଖାଗଲେ ମଧ୍ୟ ପ୍ରକୃତରେ ତାହା ହଳଦିଆ ହୁଏନି, ତାହାର ଆବରଣ ଯାହାର ନାମ କଞ୍ଜଙ୍କଟାଇଭା ତାହା ହଳଦିଆ ହୁଏ। ଇକ୍ଟେରସ ଶବ୍ଦକୁ ଭୁଲରେ ଜଣ୍ଡିସ ଆଖ୍ୟା ଦେଲେ ମଧ୍ୟ ଏହି ଶବ୍ଦଟି ଜଣ୍ଡିସ ଶବ୍ଦର ପ୍ରତିଶବ୍ଦ।

ହଳଦିଆ ରଙ୍ଗ ଦେଖାଯିବା ବ୍ୟତୀତ ଏହି ରୋଗୀଙ୍କର ଝାଡ଼ା ରଙ୍ଗ ଫିକା ହୁଏ, ପରିସ୍ରା ଗାଢ଼ ହୁଏ ଓ ଚମ କୁଣ୍ଡେଇ ହୁଏ। ବିଭିନ୍ନ ରୋଗ ଯୋଗୁ ଏହି ଲକ୍ଷଣ ପ୍ରକାଶ ପାଉଥିବାର ମୂଖ୍ୟ ରୋଗ ଅନୁସାରେ କେତେକ ଲକ୍ଷଣ ଦେଖାଯା। ଏହି ଲକ୍ଷଣ ଗୁଡ଼ିକ: ଅଇ ଓ ବାନ୍ତି, ପେଟରେ ଯନ୍ତ୍ରଣା, ଜ୍ୱର, ଦୁର୍ବଳତା, ମୁଣ୍ଡ ବିନ୍ଧା, ଗୋଡ଼ ଓ ପେଟ ଫୁଲିବା, ବିପର୍ଯ୍ୟସ୍ତ ମନ ଦଶା ଦେଖାଯାଏ।

ସଦ୍ୟଜାତ ଶିଶୁଙ୍କର ମୁଣ୍ଡରୁ ଦେହକୁ ରଙ୍ଗ ମାଡ଼ିଯାଏ ଓ ତାପରେ ହାତ ଓ ପାଦକୁ ଯାଏ। ସେମାନଙ୍କର ଖାଇବା କମିଯାଏ, ଆଳସ୍ୟ ଦେଖାଯାଏ, ମାଂସପେଶି ଟୋନ ପରିବର୍ତ୍ତୀତ ହୁଏ, ଉଚ୍ଚ ସ୍ୱରରେ କାନ୍ଦନ୍ତି ଓ ବାତ (seizure) ମାରେ।

Leave A Reply

Your email address will not be published.