Odisha Link
Bridging the Missing Links in Odisha

ବିଜେପି ଆଣିଲା ଚାର୍ଜସିଟ୍; ବଡ଼ ପ୍ରଶ୍ନ ପଚାରିଲେ ଭୂପେନ୍ଦ୍ର ଯାଦବ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନୀ କସରତ। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଆଉ ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି।ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। କେତେଦିନ ସହିବା, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି। ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି। ଚାର୍ଜସିଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇନଥିବା ଆରୋପ ଲଗାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟ୍‌ ଲୋକାର୍ପିତ କରାଯାଇଛି।

ଚାର୍ଜସିଟ୍‌ ଲୋକାର୍ପଣ କରି ବଡ଼ ପ୍ରଶ୍ନ ପଚାରିଲେ ଭୂପେନ୍ଦ୍ର ଯାଦବ। ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି ଦିଆଯାଉଛି। ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି। କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି। ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯାଞ୍ଚ ହେବା ଦରକାର। ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯାଉନଥିବା ଆରୋପ ଲଗାଇଲେ ଯାଦବ। ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଥିବା କହିଛନ୍ତି।

ଅନ୍ୟପଟେ, ବିଜେପିର ଚାର୍ଜସିଟ୍‌ ଲୋକାର୍ପଣ ଅବସରରେ ରାଜ୍ୟ ସଭାପତି ମନ୍ତବ୍ୟ ରଖିଛନ୍ତି। ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମ୍ମାନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨/୪ ଜଣ ମୁଷ୍ଟିମେୟ ଅଫିସର ଆଜି ଆତଙ୍କରାଜ ସୃଷ୍ଟି କରୁଛନ୍ତି। ଆଜି ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ମୁହଁରୁ କଥା ବାହାରୁନି। ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି। ଓଡ଼ିଶାରେ ଆଜି ନା ଗଣତାନ୍ତ୍ରିକ ନା ରାଜନୈତିକ ବ୍ୟବସ୍ଥା ଅଛି। ଗଣତନ୍ତ୍ରରେ ମନ୍ତ୍ରୀ, ବିଧାୟକ, ସାଂସଦ କ୍ରୀତଦାସ ନୁହଁନ୍ତି। ଗଣତନ୍ତ୍ରରେ ଡରାଇ, ଧମକାଇ ଶାସନ ଚାଲିପାରିବ ନାହିଁ ବୋଲି ରାଜ୍ୟ ସଭାପତି ମନ୍ତବ୍ୟ ରଖିଛନ୍ତି।

Leave A Reply

Your email address will not be published.