Odisha Link
Bridging the Missing Links in Odisha

ଆଜି ବସିବ ଛତିଶା ନିଯୋଗ ବୈଠକ; ଚନ୍ଦନ ଯାତ୍ରାକୁ ହେବ ଆଲୋଚନା

ଓଏଲ୍‌ ବ୍ୟୁରୋ: ଆଜି ବସିବ ଛତିଶା ନିଯୋଗ ବୈଠକ। ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ। ଚତୂର୍ଦ୍ଧାମୂର୍ତ୍ତିଙ୍କ ପହିଲିଭୋଗ ନୀତିନିର୍ଘଣ୍ଟ ନେଇ ବିସ୍ତୃତ ଆଲୋଚନା ହେବ। ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା, ରଥ ନିର୍ମାଣ ଅନୁକୂଳ ଓ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ନେଇ ରୂପରେଖ ଚୂଡାନ୍ତ ହେବ। ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ, ଭୂଦେବୀ ,ଶ୍ରୀ ଦେବୀ ଶ୍ରୀକ୍ଷେତ୍ରର ପଞ୍ଚ ପାଣ୍ଡବଙ୍କ ସହ ମିଶି ନରେନ୍ଦ୍ର ସରୋବରରେ ଜଳ କ୍ରୀଡା କରିବେ। ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ ହେବ ଏନେଇ ବୈଠକରେ ଆଲୋଚନା କରାଯିବ।

Leave A Reply

Your email address will not be published.