Odisha Link
Bridging the Missing Links in Odisha

‘ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ’

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିଛନ୍ତି ନବୀନ।। ଆଉ ଏସବୁ ମଧ୍ୟରେ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ସମରଝୋଳରେ ନଵୀନ ପଟ୍ଟନାୟକ ଜନସଭାକୁ ସମ୍ବୋଧନ କରିଛନ୍ତି।

ଜୟ ଜଗନ୍ନାଥ କହି ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଜନସାଧାରଣଙ୍କୁ ନବୀନ ପଟ୍ଟନାୟକ ସମ୍ବୋଧନ କରି କହିଛନ୍ତି, ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା। ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ୨୦୨୪ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ହିଞ୍ଜିଳିରୁ ହିଁ ଆରମ୍ଭ ହେଲା ବିଜୁ ଜନତା ଦଳର ଜୟ ଯାତ୍ରା। ଏହା ସହ ବିକାଶକୁ ନେଇ ସେ କହିଛନ୍ତି, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.