Odisha Link
Bridging the Missing Links in Odisha

ଗଣତନ୍ତ୍ରର ମହାପର୍ବ ପାଇଁ ବୁଥ୍ ମୁହାଁ ଭୋଟର; ବାଜିରେ ଲାଗିଛି ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ଗଣତନ୍ତ୍ରର ମହାପର୍ବ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ରାଜ୍ୟର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ। ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ସୁରୁଖୁରୁରେ ଆରମ୍ଭ ହୋଇଛି। ବରିଷ୍ଠ ଦମ୍ପତି ମଧ୍ୟ ମତଦାନ କରି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଯୁବ ଆଦର୍ଶ ମତଦାନ କେନ୍ଦ୍ର ରୂପେ ସମସ୍ତ ବ୍ୟବସ୍ଥା ହାତକୁ ନେଇଛନ୍ତି। ପାନୀୟ ଜଳ ବ୍ୟବସ୍ଥା, ତିନି ଚକିଆ ରିକ୍ସା, ମହିଳା ମାନେ ଉତ୍ସାହ ସହ ମତଦାନ କେନ୍ଦ୍ରରେ ନିଜ ମତ ସାବ୍ୟସ୍ତ କରୁଛନ୍ତି। ଯୁବ ନିର୍ବାଚନ କର୍ମଚାରୀ ମାନେ ନିର୍ବାଚନ ଦାୟିତ୍ବକୁ ନିର୍ବାହ କରୁଛନ୍ତି।

ସେହିଭଳି ଆଜି ସକାଳ ୯ଟା ସୁଦ୍ଧା ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧%, କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୧୫%, ନବରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ହେଉଛି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି।

Leave A Reply

Your email address will not be published.