Odisha Link
Bridging the Missing Links in Odisha

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ

ଓଏଲ୍‌ ବ୍ୟୁରୋ: ଇରାନ୍‌ର ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଇରାନ୍‌ର ଦ୍ବିତୀୟ ସବର୍ବୃହତ ସହର ମଶହଦରେ ସମାଧି ଦିଆଯାଇଛି। ଗତକାଲି ସକାଳେ ତାଙ୍କ ପାର୍ଥୀବ ଶରୀରକୁ ମଶହଦ ଅଣାଯାଇଥିଲା। ଏହି ସହରରେ ରାଇସି ଜନ୍ମଗ୍ରହଣ କରିଥିଲେ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ତାଙ୍କ ପରିବାର ଜନ ସାମିଲ ମଧ୍ୟ ଥିଲେ। ଇରାନ୍‌ ଗଣମାଧ୍ୟମ ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନ୍ତିମ ସଂସ୍କାରରେ ୬୮ଟି ଦେଶର ନେତା ଓ କିଛି ଦେଶର କୂଟନୀତିଜ୍ଞମାନେ ଉପସ୍ଥିତ ରହିଥିଲେ। ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକର ମଧ୍ୟ ସାମିଲ ହୋଇଥିଲେ।

ବର୍ତ୍ତମାନ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସିଙ୍କ ମୃତ୍ୟୁର ତଦନ୍ତ ରିପୋର୍ଟ ଜାରି କରାଯାଇଛି। ଇରାନ ସେନା ପକ୍ଷରୁ ଜାରି ହୋଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟ ହୋଇ ନ ଥିବା କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ପୂର୍ବ ନିର୍ଦ୍ଧାରିତ ରୁଟ୍‌ରେ ହେଲିକପ୍ଟରଟି ଯାତ୍ରା କରିଥିଲା। ଯାତ୍ରା ସମୟରେ ହେଲିକପ୍ଟର ଏହାର ରୁଟ୍‌ରୁ ବାହାରକୁ ଯାଇ ନ ଥିଲା। ହେଲିକପ୍ଟରରେ ଥିବା କର୍ମଚାରୀ ଏବଂ ୱାଚଟାୱାର କର୍ମଚାରୀଙ୍କ ମଧ୍ୟରେ ବାର୍ତ୍ତାଳାପ। ଏହି କଥାବାର୍ତ୍ତାରେ କୌଣସି ପ୍ରକାର ସନ୍ଦିଗ୍ଧ ଆଲୋଚନା ହୋଇ ନ ଥିବା ସ୍ପଷ୍ଟ ହୋଇଛି।

ଦୁର୍ଘଟଣାର ଦେଢ଼ ମିନିଟ ପୂର୍ବରୁ ପାଇଲଟ୍ ସେହିପରି ହେଲିକପ୍ଟରର ଭଗ୍ନାବଶେଷରୁ ବୁଲେଟ୍ ମିଳିନାହିଁ। ଦୁର୍ଘଟଣା ପୂର୍ବରୁ ପାଇଲଟ୍ ଅନ୍ୟ ଦୁଇଟି ହେଲିକପ୍ଟରର ପାଇଲଟ୍‌ଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ। ଏହି ୨ଟି ହେଲିକପ୍ଟର ରାଷ୍ଟ୍ରପତିଙ୍କ ଯାତ୍ରାରେ ସାମିଲ ହୋଇଥିଲା। ହେଲିକପ୍ଟରଟି ପାହାଡ଼ରେ ମାଡ଼ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସୂଚନା ଅନୁସାରେ, ମେ ‘୧୯ ତାରିଖରେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସି ଯାଉଥିବା ହେଲିକପ୍ଟରଟି କ୍ରାସ ହୋଇଥିଲା। କ୍ରାସ ହେବାର ୧୪ ଘଣ୍ଟା ପରେ ତାଙ୍କର ମୃତଦେହ ଠାବ ହୋଇଥିଲା। ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ରବିବାର ଆଜରବୈଜାନ ସୀମାନ୍ତ ପାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ଇରାନ ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିରାବଦେଲ୍ଲିଆନ, ପୂର୍ବ ଆଜରବୈଜାନ ପ୍ରଦେଶର ରାଜ୍ୟପାଳ, ଅନ୍ୟ ଅଫିସର ଓ ଅଙ୍ଗରକ୍ଷୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ରଇସିଙ୍କ ପରଲୋକରେ ବିଭିନ୍ନ ଦେଶର ନେତା ଶୋକବ୍ୟକ୍ତ କରିଥିଲେ।

Leave A Reply

Your email address will not be published.