Odisha Link
Bridging the Missing Links in Odisha

ଘସିପୁରା ବିଧାନସଭା: ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ଆଗରେ, ବିଜେଡି ପଛରେ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଘସିପୁରା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି। ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନା୍ୟକ ଆଗରେ ରହିଛନ୍ତି।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ସ୍ବାଧୀନ ପ୍ରାର୍ଥୀ ସୌମ୍ୟର‍ଞ୍ଜନ ପଟ୍ଟନାୟକ ୯୦୮୬ ଖଣ୍ଡ ଭୋଟ ପାଇଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ୮୪୦୧ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଅପରାଜିତା ୬୮୫ ଖଣ୍ଡ ଭୋଟ ଆଗରେ ରହିଛନ୍ତି।

ସେହିପରି ବିଜେପି ପ୍ରାର୍ଥୀ ଶମ୍ଭୁନାଥ ରାଉତ ୪୫୮୬ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି।