Odisha Link
Bridging the Missing Links in Odisha

ଚିଟ୍‌ଫଣ୍ଡ ମାମଲା: କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଜମାକାରୀ କିଭଳି ଟଙ୍କା ଫେରସ୍ତ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ଏଥିପାଇଁ କଟକ ଓପିଆଇଡିରୁ ଅର୍ଥ ବିଭାଗ ତଥ୍ୟ ସଂଗ୍ରହ କରିଛି। ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ତଥ୍ୟ ସଂଗ୍ରହ କଲା ଅର୍ଥ ବିଭାଗ। ଓପିଆଇଡିରେ ୨୬ଟି ଚିଟ୍‌ଫଣ୍ଡ କମ୍ପାନିର ମାମଲା ରହିଛି। ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।