Odisha Link
Bridging the Missing Links in Odisha

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ୍‌: ରବିବାର ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଓଏଲ୍‌ ବ୍ୟୁରୋ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ୍। ୨୦୨୫ ଫେବ୍ରୁଆରୀ ୯ରେ ତାରିଖରେ ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ। ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳାଯିବ। ଏନେଇ ଆଜି ସୂଚନା ଦେଇଛି ବିସିସିଆଇ। ଏନେଇ ମଧ୍ୟ ବିଜ୍ଞପ୍ତି ଜାରି କରିଛି ବିସିସିଆଇ।

ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଚେନ୍ନାଇରେ ହେବାକୁ ଥିବାବେଳେ, ଦ୍ୱିତୀୟ ଟି-୨୦ କୋଲକାତା, ତୃତୀୟ ଟି-୨୦ ମ୍ୟାଚ୍ ରାଜକୋଟ, ଚତୁର୍ଥ ଟି-୨୦ ମ୍ୟାଚ୍ ପୁଣେ ଏବଂ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଏହାପରେ ଫେବ୍ରୁଆରୀ ୬ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯିବାକୁ ଥିବାବେଳେ, ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀ ଏବଂ ତୃତୀୟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ।