Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ: ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ହେଲେ ଏବେବି ମହାନଦୀ ଜଳକୁ ନେଇ ଥମିନାହିଁ ବିବାଦ। ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ। ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି। ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ। ଛତିଶଗଡ଼ ସହ ଆଲୋଚନା କଲେନି, ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁନଥିଲେ। କେନ୍ଦ୍ର ଜଳ କମିଶନଙ୍କ ନିକଟରେ ସଠିକ ତଥ୍ୟ ରଖିଲେ ନାହିଁ। ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି, ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି ରାଜସ୍ବ ମନ୍ତ୍ରୀ ମନ୍ତବ୍ୟ କହିଛନ୍ତି।