Odisha Link
Bridging the Missing Links in Odisha

ସଂସଦରେ ନିଟ୍ ବିବାଦ: ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଲାଗି ରହିଛି ନିଟ୍‌ ପରୀକ୍ଷା ବିବାଦ। ସାରା ଦେଶରେ ଜୋରଦାର ବିରୋଧ ଜାରି ରହିଥିବା ବେଳେ ସଂସଦରେ ନିଟ୍ ଝଡ଼ ଦେଖିବାକୁ ମିଳିଛି। ସାରା ଦେଶରେ ନିଟ୍ ବିବାଦ ଲାଗିଥିବାବେଳେ ସଂସଦରେ ବିରୋଧୀ ସଦସ୍ୟ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ନିଟ୍ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ପରେ ମୁଲତବି ଘୋଷଣା କରାଯାଇଛି। ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।