Odisha Link
Bridging the Missing Links in Odisha

ଶୁଟିଂରେ ଆଉ ଏକ ପଦକ ଆଶା ମଉଳିଲା, ୪ର୍ଥ ସ୍ଥାନରେ ରହିଲେ ଅର୍ଜୁନ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ତୃତୀୟ ଦିନରେ ଭାରତ ପାଇଁ ସେତେ ଭଲ ଆରମ୍ଭ ହୋଇ ନାହିଁ। ଦୁଇଟି ପଦକ ହାତଛଡ଼ା କରିଛନ୍ତି ଭାରତୀୟ ଖେଳାଳି। ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ପଦକ ହାସଲ କରିବାରେ ବଞ୍ଚିତ ହୋଇଛନ୍ତି ଅର୍ଜୁନ। ସେ ଫାଇନାଲ ଇଭେଣ୍ଟରେ ୪ର୍ଥରେ ରହି ବିଦାୟ ନେଇଛନ୍ତି।

ସେହିପରି ଆଭି ଭାରତର ରମିତା ଜିନ୍ଦଲଙ୍କ ସ୍ବପ୍ନ ଅଧୁରା ରହି ଯାଇଛି। ସେ ୧୦ ମିଟର ଏୟାର ରାଇଫଲ୍‌ର ଫାଇନାଲ ଇଭେଣ୍ଟରେ ୭ମ ସ୍ଥାନରେ ରହିଲେ। ୨୦ ବର୍ଷିୟା ରମିତା ଫାଇନାଲ ମ୍ୟାଚ୍‌ରେ ୧୪୫.୩ ସ୍କୋର କରି ୭ମ ସ୍ଥାନରେ ରହିଲେ।