Odisha Link
Bridging the Missing Links in Odisha

ମନୁ ଭାକରଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ, ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ୪ର୍ଥ ସ୍ଥାନରେ ରହିଲେ

ଓଏଲ୍‌ ବ୍ୟୁରୋ: ଭାରତର ପଦକ ରାଣୀ ମନୁ ଭାକରଙ୍କ ପ୍ୟାରିସ୍‌ ଅଲିମ୍ପିକ୍ସ ଯାତ୍ରା ଶେଷ। ଆଜି ଖେଳାଯାଉଥିବା ୨୫ ମିଟର ଏୟାର ପିସ୍ତଲ ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଲିମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି ମନୁ ଭାକର। ପ୍ରଥମ ଭାରତୀୟ ଖେଳାଳି ଭାବେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ଫାଇନାଲ ମୁକାବିଲାରେ ୪ର୍ଥ ସ୍ଥାନରେ ରହିଛନ୍ତି।