Odisha Link
Bridging the Missing Links in Odisha

ପରଲୋକରେ ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ବିଶିଷ୍ଟ ବ୍ୟଙ୍ଗଶିଳ୍ପୀ ଜ୍ଞାନ ରଥ। ରବିବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବ୍ୟଙ୍ଗ ଚିତ୍ରଶିଳ୍ପୀ ଜ୍ଞାନ ରଥଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା।

ସୂଚନାଥାଉକି, ଗତ ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଥିଲେ। କେନ୍ଦ୍ରାପଡ଼ାରେ ଜନ୍ମିତ ଶ୍ରୀ ରଥ କଟକ ଜିଲ୍ଲା ଗୋପାଳପୁରରେ ରହୁଥିଲେ। ସେ ଦୈନିକ ସମାଜ, ଧରିତ୍ରୀ, ଅନୁପମ ଭାରତ ଭଳି ଏକାଧିକ ସମ୍ବାତପତ୍ରରେ ଦୀର୍ଘ ବର୍ଷ ଧରି ବ୍ୟଙ୍ଗ ଚିତ୍ରଶିଳ୍ପୀ ଭାବେ କାର୍ଯ୍ୟ କରି ସୁନାମ ଆଣିଥିଲୋ