Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାରେ ଅଘଟଣ: ବୁଡ଼ିଲା ୩ ଡ଼ଙ୍ଗା, ନଦୀରେ ଫସିଲେ ୧୬ ମତ୍ସ୍ୟଜୀବୀ

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ାରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ମହାକାଳପଡ଼ା ନିକଟରେ ୩ ଡ଼ଙ୍ଗା ବୁଡି ଯାଇଥିବା ଜଣା ପଡିଛି। ଡଙ୍ଗାରେ ଥିବା ୧୬ ଜଣ ମତ୍ସ୍ୟଜୀବୀ ଫସିଥିବା ସୂଚନା ରହିଛି। ଡଙ୍ଗାରେ ଅତ୍ୟଧିକ ମାଛ ଥିବାରୁ ନଦୀରେ ଫସି ଯାଇଥିବା କୁହାଯାଉଛି। ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।