Odisha Link
Bridging the Missing Links in Odisha

ପରଲୋକରେ ବିତ୍ତିହୋତ୍ର ମହାନ୍ତି, ୨୦୦୬ରେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି। ଭୁବନେଶ୍ବର ଏମସ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କ୍ୟାନ୍‌ସରରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ବିତ୍ତିହୋତ୍ର।

ସୂଚନାଥାଉକି, ବିତ୍ତିହୋତ୍ର ମହାନ୍ତି ପ୍ରଥମେ ୨୦୦୬ ମସିହାରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ବିତ୍ତିଙ୍କ ନାଁରେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା।ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଥିଲା। ବଳାତ୍କାର ମାମଲାରେ ବିତ୍ତିହୋତ୍ର ଦୋଷୀ ସାବ୍ୟସ୍ତ ହୋଇଥିଲେ। ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ। ରାଜସ୍ଥାନ ଜୟପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଥିଲେ। ୨୦୧୭ ମସିହାରେ ବିତ୍ତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ।