Odisha Link
Bridging the Missing Links in Odisha

୨୦ ବର୍ଷ ତଳର ମାମଲାରୁ ମୁକ୍ତ ହେଲେ ବାଲେଶ୍ବର ସାଂସଦ, କହିଲେ-ସତ୍ୟର ବିଜୟ..

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି। ନୀଳଗିରି ଠାକୁରାଣୀ ପୋଡ଼ି ମାମଲାରେ ଛନ୍ଦି ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମୁକୁଳିବା ସହ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ତଳର ମାମଲାରୁ ମୁକ୍ତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏଥିସହିତ ସେ କହିଛନ୍ତି ଧର୍ମର ବିଜୟ ହୋଇଛି।

ନୀଳଗିରି ଥାନା ଗୋପୀନାଥପୁର ଶାସନରେ ୨୦୦୪ ମସିହା ମାର୍ଚ୍ଚ ମାସରେ ରାଜକିଶୋର ଆଚାର୍ଯ୍ୟଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ପାଖ ବ୍ରାହ୍ମଣ ଶାସନର ସଶ୍ମାନରେ ହୋଇଥିଲା। ହେଲେ ସାଇଡିଂ ସାହି ଅଞ୍ଚଳର କିଛି ଯବୁତ ଆସି ତାଙ୍କ ଠାକୁରାଣୀ ପୋଡ଼ିବ ବୋଲି ନାରାବାଜି କରି ଶେଷରେ ଏକ ମାମଲା ରୁଜୁ କରିଥିଲେ ସ୍ବର୍ଗତ ବିଶ୍ବନାଥ ମୁର୍ମୁ।

ପ୍ରତାପ ଷଡ଼ଙ୍ଗୀଙ୍କ ସମେେତ ସେହି ଗ୍ରାମର ମନୋରଞ୍ଜନ ପତି, ଗୋପୀନାଥ ଦାଶ, ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ବିଧାୟକ ଭାବେ ପ୍ରତାପ ଷଡ଼ଙ୍ଗୀ ବିଜୟୀ ହେବା ପରେ ବିରୋଧୀ ଠାକୁରାଣୀ ପୋଡ଼ି ନେଇ ତୁମ୍ବି ତୋଫାନ କରିଥିଲେ। ଯାହା ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଥିଲା। ବର୍ତ୍ତମାନ ସମସ୍ତ ସାକ୍ଷୀ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ମାନ୍ୟବର କୋର୍ଟ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଆଉ ୩ ଜଣଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି।