Odisha Link
Bridging the Missing Links in Odisha

ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ: ଗୃହରେ ସ୍ପଷ୍ଟୀକରଣ ଦାବି କଲେ କଂଗ୍ରେସ ବିଧାୟିକା

ଓଏଲ୍‌ ବ୍ୟୁରୋ: ପୁରୀ ଜିଲ୍ଲାରେ କୁକୁଡ଼ାର ହବ କୁହାଯାଉ ଥିବା ପିପିଲିରେ ବାର୍ଡ ଫ୍ଲୁ ଚିନ୍ତାର କାରଣ ପାଲଟିଛି। ଏହି ପ୍ରସଙ୍ଗରେ ବାରବାଟୀ ବିଧାୟିକା ବିଧାନସଭାରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ମଣିଷକୁ ବାର୍ଡ ଫ୍ଲୁ ବ୍ୟାପିବା ଘଟଣାର ସ୍ପଷ୍ଟୀକରଣ ରଖନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ। ମଣିଷ ଦେହରେ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୁରୀ ଜିଲ୍ଲା ମଙ୍ଗଳପୁରରେ ଜଣେ ବ୍ୟକ୍ତିଙ୍କୁ ବାର୍ଡ ଫ୍ଲୁ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିବା ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଜଣକ ଜ୍ୱର, କାଶରେ ପୀଡିତ ଥିବାରୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ ବଢିଛି। ତେବେ ରିପୋର୍ଟ ଆସିଲେ ଏନେଇ ସ୍ପଷ୍ଟ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ଅନ୍ୟପଟେ, ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଣେ ନୁହେଁ, ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତ ବୋଲି କହି ହେବନି। ଲକ୍ଷଣ ଥିବା ୨ ଜଣଙ୍କ ନମୁନା RMRCକୁ ପରୀକ୍ଷା ପାଇଁ ପଠାଯାଇଛି।। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଛି। ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନାହିଁ। ରିପୋର୍ଟକୁ ଅପେକ୍ଷା ରହିଛି। ଏନେଇ ଆତଙ୍କିତ ନହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। RMRC ରିପୋର୍ଟ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.