କୁକୁରଙ୍କ ପାଇଁ ଶ୍ମଶାନ ପ୍ରସଙ୍ଗ: ପଦକ୍ଷେପ ନିଆଯିବ କହିଲେ ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବିଧାନସଭା ଅଧିବେଶନ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଜାରି ରହିଛି। ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ କଂଗ୍ରେସ ବିଧାୟିକାଙ୍କୁ ପ୍ରଶଂସା କରିଛନ୍ତି ନଗର ଉନୟନ ମନ୍ତ୍ରୀ। ଆଜି ଗୃହରେ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଲିଖିତ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ। ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ। କିନ୍ତୁ ବିଧାୟିକାଙ୍କ ଏହି ପ୍ରସ୍ତାବ ପ୍ରଶଂସନୀୟ ତେଣୁ ପରିବେଶ ଦିଗ ଏବଂ ଜନସ୍ୱାସ୍ଥ୍ୟ ସୁବିଧାକୁ ମୂଲ୍ୟାଙ୍କନ କରି ସମ୍ପୃକ୍ତ କ୍ଷେତ୍ରର ହିତାଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏଭଳି ସୁବିଧା ସୃଷ୍ଟି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ମନ୍ତ୍ରୀ ବୋଲି କହିଛନ୍ତି।